
ଜଣେ ଗୁରୁଙ୍କ ପାଖରେ କେତେଜଣ ଶିଷ୍ୟ ପାଠ ପଢ଼ୁଥିଲେ। ଗୁରୁଙ୍କର ଶିକ୍ଷାଦାନ ସମାପ୍ତ ହେଲା। ଗୁରୁ ଦିନେ ଶିଷ୍ୟମାନଙ୍କୁ ପରୀକ୍ଷା କରୁଥିଲେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପେର ପାଠ ଛାଡ଼ିବାକୁ ପଡ଼ୁଥିଲା।
ଦିନକର କଥା। ଗୁରୁ ତିନିଜଣ ଶିଷ୍ୟଙ୍କୁ ତିନୋଟି ବତକ ଦେଲେ, କହିଲେ ବତକ ତିନୋଟିକୁ ଏଭଳି ସ୍ଥାନରେ ମାରିବ ଯେମିତି କେହି ଦେଖି ନଥିବେ। ଏଇ ପରୀକ୍ଷାରେ ଯିଏ ଉତ୍ତୀର୍ଣ୍ଣ ହେବ ସିଏ ସମାଜର ହିତସାଧନ କରିପାରିବ। ଏଠାରୁ ତା’ର ପାଠ ସମାପ୍ତ ହେବ।
ଶିକ୍ଷାଦାନ ସମୟରେ କୁହାଯାଇଛି ପରୋପକାର ସ୍ବର୍ଗାୟ। ମଣିଷ ଜୀବନ ସାର୍ଥକ ହୁଏ ଯେତେବେଳେ ସିଏ ଅନ୍ୟମାନଙ୍କ ପାଇଁ କିଛି ମଙ୍ଗଳ କାମ କରେ। ତିନିଜଣ ଶିଷ୍ୟ ଆନନ୍ଦ ମନରେ ତିନୋଟି ବତକ ଧରି ଆସିଲେ। ଭିନ୍ନ ଭିନ୍ନ ଜାଗାରେ ବତକକୁ ମାରିବା ପାଇଁ ପ୍ରସ୍ତୁତ ହେଲେ। ଏଇ ଥିଲା ପରୀକ୍ଷାର ପ୍ରଶ୍ନ। ନିର୍ଦ୍ଦେଶ ଥିଲା ସଂଧ୍ୟା ପୂର୍ବରୁ ଫେରି ଆସିବ।
ଦୁଇଜଣ ଶିଷ୍ୟ ଖୁବ୍ ଶୀଘ୍ର ଗୁରୁ ଦେଇଥିବା ପ୍ରଶ୍ନର ସମାଧାନ ପାଇଁ ବତକକୁ ମାରି ମୃତ ବତକକୁ ଧରି ଆସିଲେ। ମାତ୍ର ଆଉ ଜଣେ ଶିଷ୍ୟ ଫେରିଲେ ନାହିଁ। ଗୁରୁ ବ୍ୟସ୍ତ ହୋଇ ପଡ଼ିଲେ। ସଂଧ୍ୟା ହୋଇ ଆସିଲାଣି। ଶିଷ୍ୟ ଜଣକ ଗଲେ କୁଆଡ଼େ? ସଂଧ୍ୟାବେଳକୁ ପାର୍ଥନା ସମୟରେ ଶିଷ୍ୟଟି ଜୀବନ୍ତ ବତକକୁ ଧରି ପହଞ୍ଚିଲେ।
ଶିଷ୍ୟ ଉତ୍ତରରେ କହିଲେ କ୍ଷମା କରିବେ। ଆପଣଙ୍କ ପରୀକ୍ଷାରେ ମୁଁ ଉତ୍ତୀର୍ଣ୍ଣ ହୋଇ ପାରିନି। କାରଣ ଆପଣଙ୍କର ପ୍ରଶ୍ନ ଥିଲା ତୁମେ ବତକଟିକୁ ଏମିତି ଜାଗାରେ ମାରିବ ଯେମିତି କେହି ଦେଖିବେନି। କିନ୍ତୁ ଆମର ସମସ୍ତ କାର୍ଯ୍ୟ ଈଶ୍ବର ଦେଖନ୍ତି। ତେଣୁ ମୁଁ ବଧ କରୁଥିବା ସମୟରେ କେହି ନଥିଲେ ବି ଈଶ୍ୱର ତ ସବୁ ଦେଖିପାରନ୍ତି। ତେଣୁ ମୁଁ ମାରି ପାରିଲି ନାହିଁ। ଖୁସୀ ହୋଇ ଗୁରୁ ବର୍ଣ୍ଣବୋଧ ବହିର ଗୀତ ପଦେ ଗାଇଲେ।
‘‘ଯାହା ମୁଁ କହଇ ଯାହା ମୁଁ କରଇ
ଯାହା ମୁଁ ଭାବଇ ମନେ,
ଜଗତର କର୍ତ୍ତା ପରମ ଈଶ୍ବର
ଦେଖୁଛନ୍ତି ପ୍ରତିକ୍ଷଣେ।’’
ଚକ୍ରତୀର୍ଥ ରୋଡ୍, ପୁରୀ
The post ଶିକ୍ଷାର ମହତ୍ତ୍ବ first appeared on Sambad.from ଫୁଲଝରି | Sambad https://ift.tt/3EmQm2o
0 Comments