
ନିଜର କଥାବାର୍ତ୍ତା ଶୈଳୀ ଉପେର ସେହି ବ୍ୟକ୍ତିଙ୍କର କାର୍ଯ୍ୟଦକ୍ଷତା ନିର୍ଭର କରିଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ଏପରି ରୋଚକ ତଥ୍ୟ ସମ୍ପର୍କରେ ଲଣ୍ଡନ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ ସୂଚନା ଦେଇଛନ୍ତି। ‘କଥାବାର୍ତ୍ତା ଶୈଳୀ ଓ କାର୍ଯ୍ୟଦକ୍ଷତା’ ବିଷୟକୁ ନେଇ ସେମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କର କଥାବାର୍ତ୍ତା ସହ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ତୁଳନା କରାଯାଇଥିଲା। ଯେଉଁମାନେ ଶାନ୍ତ ସରଳ ଭାବରେ ସାଥୀମାନଙ୍କ ସହ କଥା ହେଉଥିଲେ ସେମାନଙ୍କର କାର୍ଯ୍ୟଦକ୍ଷତା ଅନ୍ୟମାନଙ୍କ ତୁଳନାରେ ଭିନ୍ନ ଥିଲା। ସେମାନେ ଠିକ୍ ଭାବରେ ନିଜ କାମକୁ ସାରିଥିଲେ। ଯଦି ଜଣେ ବ୍ୟକ୍ତି ବେଶ୍ ମାର୍ଜିତ ଭାବରେ କଥାବାର୍ତ୍ତା କରନ୍ତି, ତେବେ ତାଙ୍କର ମାନସିକତା ସବୁବେଳେ ସକାରାତ୍ମକ ରହିଥାଏ। ଫଳରେ ସେ ନିଜ କାମକୁ ଠିକ୍ ଭାବରେ ଶେଷ କରିଥାନ୍ତି ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
The post ଖୋଲା ଝରକା: କଥାର ଶୈଳୀ ବଢ଼ାଏ କାର୍ଯ୍ୟଦକ୍ଷତା first appeared on Sambad.from ଫୁଲଝରି | Sambad https://ift.tt/32H1J7D
0 Comments