
ପୃଥିବୀରେ ବିଭିନ୍ନ ପ୍ରକାରର ପୋକ ଦେଖିବାକୁ ମିଳନ୍ତି। ଅନେକ ଏହି ପୋକଗୁଡ଼ାକୁ ଖାଇଥାନ୍ତି। ତେବେ ଆମେ ଯେଉଁ ପୋକ ସମ୍ପର୍କରେ କହିବାକୁ ଯାଉଛୁ, ତାହା ବହୁ ମୂଲ୍ୟ ବିଶିଷ୍ଟ। କାରଣ ଏହାକୁ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଏ। ବାଦାମୀ ରଙ୍ଗର ଏହି ପୋକ ୨ ଇଞ୍ଚ ବିଶିଷ୍ଟ। ଏହାର ସ୍ବାଦ ମିଠା। ହିମାଳୟ କ୍ଷେତ୍ରରେ ୩-୫ ହଜାର ମିଟର ଉଚ୍ଚତାରେ ଏମାନେ ଦେଖିବାକୁ ମିଳନ୍ତି। ସେମାନେ ଅନେକ ନାମରେ ପରିଚିତ। ଭାରତରେ କିଡା ଜଡି, ନେପାଳ ଓ ଚାଇନାରେ ୟାର୍ସାଗୁମ୍ବା, ତିଦ୍ଧତରେ ୟାର୍ସାଗନବୁ ନାମରେ ପରିଚିତ। ବୈଜ୍ଞାନିକ ନାମ ଓଫିୟୋକୋର୍ଡିସେପ୍ସ ସାଇନେସିସ୍। ଇଂଲିଶ୍ରେ ସେମାନଙ୍କୁ କ୍ୟାଟରପିଲାର ଫଙ୍ଗସ୍ କୁହାଯାଏ। ହିମାଳୟ ଭାଲଗ୍ରା ବି କୁହାଯାଏ। ଗୋଟିଏ ପୋକର ଦାମ୍ ପ୍ରାୟ ୧ହଜାର ଟଙ୍କା ହୋଇଥିବା ବେଳେ କିଲୋ ପିଛା ୧୦ ଲକ୍ଷ ଟଙ୍କାରେ ବିକ୍ରି ହୁଏ।
The post ଖୋଲା ଝରକା: ପୋକର ମୂଲ୍ୟ ୧୦ ଲକ୍ଷ first appeared on Sambad.from ଫୁଲଝରି | Sambad https://ift.tt/3kTX74a
0 Comments